ସ୍କର୍ପିଓ ଜାଳି, ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ

ରାଉରକେଲା: ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ। ରାଉରକେଲା ଟାଙ୍ଗରପାଲି ଥାନା କଚରାପଲ୍ଲୀ ହେକେଟ ରୋଡ଼ରେ ଆଜି ଭୋରରୁ ଏକ ସ୍କର୍ପିଓକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିସହ ଗାଡ଼ିରେ ଥିବା ତିନି ଜଣଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ଗାଡ଼ିରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି।
ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ। ୧୦ ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ଯୁବକଙ୍କ ମାଡରେ ଗାଡ଼ିରେ ଥିବା ୩ ଜଣ ଫେରାର ହୋଇଯାଇଥିଲେ। ପୋଲିସ ଫେରାର ହୋଇଥିବା ୩ ଜଣଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।