କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା କାଲି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ନଭେମ୍ୱର ୩୦ ରେ ପଡୁଛି ଏହି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ ହେଲି କୁହାଯାଉଛି। ଜ୍ୟୋର୍ତିବିତ୍ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ।
ଚନ୍ଦ୍ର ଗ୍ରହଣର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ୩୦ ନଭେମ୍ୱରକୁ ଲାଗୁଥିବା ଚନ୍ଦ୍ର ଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷୀଣ ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଆଂଟଲାଟିକ୍ ମହାସାଗର ଅଞ୍ଚଳରେ ଦେଖାଯିବ।
ଏହି ଉପଛାୟା ଗ୍ରହଣ କଣ
ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରେ। ଯେତେବେଳେ ଚନ୍ଦ୍ରମା ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ ନ କରି ବାହାରକୁ ବାହାରି ଆସିଥାଏ ସେତେବେଳେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ।
ଚନ୍ଦ୍ରମା ଯେତେବେଳେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରେ ସେତେବେଳେ ଏହାକୁ ପୂର୍ଣ୍ଣ ରୂପେ ଚନ୍ଦ୍ର ଗ୍ରହଣ କୁହାଯାଏ।