Odisha Link
Bridging the Missing Links in Odisha

୭ଟାରେ ଶାହା ଓ ଚାଷୀ ଭେଟ

ନୁଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଆଜି ହଠାତ୍‌ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସଂଧ୍ୟା ୭ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସାରା ଦେଶରେ ଆଜି ଚାଷୀମାନେ ଭାରତ ବନ୍ଦ ପାଳନ କରୁଛନ୍ତି। ଗାଁଠାରୁ ସହର ଯାଏ ସବୁଆଡ଼େ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚାଷୀଙ୍କୁ ଆଲୋଚନା ପାଇଁ ଡାକିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏନେଇ ଚାଷୀନେତା ରାକେଶ ତିକାଇତ କହିଛନ୍ତି, ମୋ ପାଖକୁ ଗୋଟିଏ ଫୋନ କଲ ଆସିଥିଲା। ଅମିତ ଶାହ ମିଟିଂ ଡାକିଥିବା ଏଥିରେ ମୋତେ କୁହାଯାଇଛି। ଆଜି ସନ୍ଧ୍ୟା ୭ଟାରେ ଚାଷୀ ପ୍ରତିନିଧିଙ୍କ ସହ ଶ୍ରୀ ଶାହ ଆଲୋଚନା କରିବେ। ଭାରତ ବନ୍ଦରେ ସାମିଲ ହୋଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନର ନେତା ଆଜି ସନ୍ଧ୍ୟାରେ ଅମିତ ଶାହ ଡାକିଥିବା ବୈଠକରେ ଯୋଗଦେବେ ବୋଲି ସେ କହିଛନ୍ତି।

Comments are closed.