Odisha Link
Bridging the Missing Links in Odisha

ଦୁର୍ଘଟଣାରୁ ବର୍ତ୍ତିଲେ ୨୦ ହାତୀ

ଢେଙ୍କାନାଳ : ଦୁର୍ଘଟଣାରୁ ବର୍ତ୍ତିଲେ ହାତୀ ପଲ। ଗତକାଲି ୨୦ଟି ହାତୀ ଥିବା ଏହି ହାତୀ ପଲ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟ ରେଳଲାଇନ ପାରହେଉଥିବା ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା।
କିନ୍ତୁ ହାତୀ ପଲକୁ ଦେଖି ଟ୍ରେନ୍‌ ଡ୍ରାଇଭର୍ ଜଣକ ଅଧାବାଟରେ ଗାଡ଼ି ଅଟକାଇ ଦେଇଥିଲେ। ଏଥିସହିତ ଏହି ସମୟର ଭିଡିଓକୁ ତାଙ୍କ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ। ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଗଜରାଜ।