ଲାଞ୍ଚ ନେଇ ସସପେଣ୍ଡ ହେଲେ ମାଲକାନଗିରି ଆଇଆଇସି

ମାଲକାନଗିରି: ପୁଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି ଲାଞ୍ଚ ନେବା। ମାଲକାନଗିରି ସଦର ମହକୁମା ଆଇଆଇସି ରଞ୍ଜନ ସାହୁଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଜ ନେବା ଅଭିଯୋଗରେ ଡିଜିପି ଆର.ପି ଶର୍ମା ସସପେଣ୍ଡ କରିଛନ୍ତି।ଭିଜିଲାନ୍ସ ଜାଲରେ ମାଲକାନିଗିରି ସଦର ମହକୁମା ଥାନା ଆଇଆଇସି ରଞ୍ଜନ ସାହୁ ଧରାପଡ଼ିଥିବା ପରେ ବର୍ତ୍ତମାନ ତାଙ୍କୁ ସସପେଣ୍ଡ କରାଯାଇଛି। ଜଣେ ଘରୋଇ କଲେଜ ଓମ୍ ର୍ଭୁ ଭୁବସ୍ୱଃ କଲେଜ କର୍ତ୍ତୁପକ୍ଷଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଆଜି ଭିଜିଲାନ୍ସ ଧରିଥିଲା।
ସୂଚନାଥାଉକି, ମାଲକାନଗିରିରେ ଓମ୍ ର୍ଭୁ ଭୁବସ୍ୱଃ କର୍ତ୍ତୃପକ୍ଷ କୈାଣସି କାମ ନେଇ ପୋଲିସର ସହାୟତା ମାଗିଥିବା ବେଳେ ତାଙ୍କ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଜଣେ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲାଞ୍ଚ ନେବାବେଳେ ବାସଭବନରୁ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ସ୍ୱାଇଁ ଏବଂ ଏସ୍ଆଇ ଅନୀଲ କୁମାରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା