Odisha Link
Bridging the Missing Links in Odisha

ଉଦ୍ଧାର ହେଲା ମା-ପୁଅଙ୍କ ଝୁଲନ୍ତା ମୃତଦେହ

ରାୟଗଡ଼ା: ଛୋଟ ପୁଅ ସହ ମହିଳାଙ୍କ ଝୁଲନ୍ତା ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ଜେକେ ପେପର ଏସପିଟି କଲୋନୀ ଘର ଭିତରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି ।

ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ଚାନ୍ଦିଲି ପୋଲିସ। ଘଟଣା ସମ୍ପର୍କରେ ତନାଘନା କରିବା ସହ ମୃତଦେହକୁ ପୋଲିସ ଜବତ କରିଛି।