ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ପଟ୍ଟାମୁଣ୍ଡାଇ: ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ ବରଯାତ୍ରୀ ଅସୁସ୍ଥ। ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲ୍ଲିକଙ୍କ ବାହାଘରରେ ବରଯାତ୍ରୀମାନେ ବାହାଘର ଭୋଜି ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିମାନେ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭର୍ତ୍ତି କରାଯାଇଛି। ବିବାହ ଭୋଜିରେ କଣ ଖାଇଲେ ଯାହାଫଳରେ ଏପରି ଅସୁସ୍ଥ ହେଲେ ସେନେଇ ତନାଘନା ଜାରି ରହିଛି।