Odisha Link
Bridging the Missing Links in Odisha

ବ୍ୟାସ ସରୋବର ମହୋତ୍ସବ ବନ୍ଦ

ଯାଜପୁର: ଚଳିତ ବର୍ଷ ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ ରହିବ। କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରିତିନିତି ଅନୁସାରେ ଆରମ୍ଭ ହେବ।

ଏହା ସହ ମେଳାରେ କୌଣସି ଦୋକାନ ଓ ବଜାର ପଡିବ ନାହିଁ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ତେବେ ଭୌମ୍ୟ ଏକାଦଶୀରୁ ବ୍ୟାସ ସରୋବର ମେଳା ଆରମ୍ଭ ହୁଏ। ବ୍ୟାସନଗର ପୌର ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଥାଏ।

ଯାଜପୁର ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଥାନ୍ତି। ମହୋତ୍ସବର ପ୍ରତ୍ୟେକ ଦିନ ସଂଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥାଏ।