ଶିମିଳିପାଳରେ କୁଆପଥର ବର୍ଷା

ବାରିପଦା: ୨ ସପ୍ତାହରୁ ଊର୍ଦ୍ଧ୍ବ ଦିନ ହେଲାଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ବନବିଭାଗ ଓ ଓଡ୍ରାଫ୍ଟ ଟିମ୍ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରୋଯାଇ ପାରିନାହିଁ। ନିଆଁକୁ ନେଇ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଆଜି ଅପରାହ୍ଣରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ଝିପିଝିପି ବର୍ଷା ହୋଇଯାଇଛି।
ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇ ପାରିନଥିବା ବେଳେ ଆଜି ଶିମିଳିପାଳରେ କିଛି ସ୍ଥାନରେ ହୋଇଥିବା ବର୍ଷା ଜଙ୍ଗଲ ନିଆଁକୁ ପ୍ରଶମିତ କରିବ ବୋଲି ଆଶଙ୍କା କରାଯାଉଛି।