Odisha Link
Bridging the Missing Links in Odisha

ବୌଦ୍ଧରେ ନକଲି ଔଷଧ କାରବାର ଠାବ

ବୌଦ୍ଧ: ଦିନକୁ ଦିନ ବଢ଼ି ଚାଲିଚି ନକଲି ଔଷଧ କାରବାର। କଟକ,ବଲାଙ୍ଗୀର ପରେ ରାଜ୍ୟର ଏବେ ବୌଦ୍ଧ ଜିଲ୍ଲାରେ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିଛି। ନକଲି ଔଷଧ କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି।

ବଲାଙ୍ଗୀର ସହର ସୁଦପଡାରେ ରହିଥିବା ମୋଦି ଫାର୍ମାସ୍ୟୁଟିକାଲ ଠାରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ। ନକଲି ଔଷଧ କାରବାର ବାବଦରେ ଖବର ମିଳିବା ପରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି ମା କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଏବଂ ପଲସାଗୋରାର ମେହେର ମେଡିକାଲ ଷ୍ଟୋର ନାମକ ଦୁଇଟି ଔଷଧ ଦୋକାନରେ ଚଢାଉ କରିଥିଲେ ବୌଦ୍ଧ ଡ୍ରଗ୍ସ ଇନସପେକ୍ଟର।

ଦୋକାନରୁ ସିନଜି-୫୦୦ର ୨୨ଟି ପ୍ୟାକେଟ ଓ ମେଡିଥ୍ରାଲ-୫୦୦ର ୨୨ଟି ପ୍ୟାକେଟ ଜବତ କରାଯାଇଛି। ଜବତ ହୋଇଥିବା ଔଷଧ ନକଲି ବୋଲି ଜଣାପଡିଛି। ଏହି ଘଟଣା ପରେ ବିରମିତ୍ର ଦେହୁରୀ ଏବଂ ସୁରେଶ ମେହେର ନାମକ ଔଷଧ ଦୋକାନୀଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ ୧୯୪୦ ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.