ପୁଣି ବାହା ହେବେ ବିଧାୟକ ବ୍ୟୋମକେଶ

ଭୁବନେଶ୍ବର: ପୁଣିଥରେ ବର ହେବାକୁ ଯାଉଛନ୍ତି ବ୍ୟୋମକେଶ ରାୟ। ବୈବାହିକ ଜୀବନର ଦ୍ବିତୀୟ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ଚାନ୍ଦବାଲି ବିଧାୟକ ତଥା ଯୁବ ବିିଜେଡି ସଭାପତି ବ୍ୟୋମକେଶ ରାୟ। ଜୁଲାଇ ୨ ତାରିଖରେ ସେ ପାରମ୍ପରିକ ରୀତିନୀତିରେ ଚିଲିକା କୂଳରେ ଥିବା ଏକ ତାରକା ହୋଟଲରେ ବିବାହ କରିବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବିକ, ବ୍ୟୋମକେଶ ରାୟ ଚିଲିକାରେ ଥିବା ସ୍ବସ୍ଥି ଚିଲିକା ରିସୋର୍ଟରେ ଜୁଲାଇ ୨ ତାରିଖରେ ବିବାହ ହେବେ। ଏହି ବିବାହ ସମାରୋହ ଦୁଇଦିନ ଧରି ଚାଲିବ। ଏହି ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବିବାହ ପାଇଁ ଜୁଲାଇ ୧ ଓ ୨ ଦିନ ଧରି ତାରକା ହୋଟଲେକୁ ସମ୍ପୂର୍ଣ୍ଣ ଭାବେ ବୁକ୍ କରାଯାଇଛି।
ଏସବୁ ମଧ୍ୟରେ ଚାନ୍ଦବାଲିର ତାଙ୍କର ଜଣେ ପୁରୁଣା ରାଜନୈତିକ ସହଯୋଗୀଙ୍କ ସାନ ଝିଅ ସହିତ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ସୂଚନା ରହିଛି। ବିବାହ କାର୍ଯ୍ୟକ୍ରମକୁ ଯଥାସମ୍ଭବ ଗୁପ୍ତ ରଖାଯାଉଛି।
ସୂଚନାଯୋଗ୍ୟ, ବ୍ୟୋମକେଶଙ୍କର ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ ତାରିଖରେ ପରଲୋକ ଘଟିଥିଲା। ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ। ବ୍ୟୋମକେଶ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି।