Odisha Link
Bridging the Missing Links in Odisha

ପାରାଦୀପରେ ବିରଳ ‘ହନି ବାଜର୍ସ’

ପାରାଦୀପ: ପାରାଦୀପ ଉପକଣ୍ଠ ମାହାଳ ଗ୍ରାମରେ ଏକ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’କୁ ଦେଖିବାକୁ ମିଳିଛି। ଏହି ହନି ବାଜର୍ସକୁ କିଛି ଲୋକ ଫାଶ ବସାଇ ଧରିଥିବା ବେଳେ ତାକୁ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।ଏଭଳି ଜନ୍ତୁକୁ ପାରାଦୀପରେ ପୂର୍ବରୁ କେହି କେବେ ଦେଖି ନଥିବା କହାଯାଇଛି।

ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ଭାରତୀୟ ଜଳବାୟୁରେ ବିରଳ। ଏହି ପଶୁ ଆଫ୍ରିକୀୟ ଦେଶ ସମେତ ପଶ୍ଚିମ ଏସିଆ, ସାଉଦି ଆରବ ଓ ଇରାନ ଭଳି ଦେଶରେ ଦେଖିବାକୁ ମିଳନ୍ତି।

ଅତି ଗରମ କିମ୍ବା ଥଣ୍ଡା ଜଳବାୟୁରେ ଏହା ଅତି ସହଜରେ ନିଜକୁ ଖାପ ଖୁଆଇ ଚଳିପାରେ। ହେଲେ ମାହାଳ ଅଞ୍ଚଳକୁ ଏହା କିଭଳି ଓ କେଉଁଠୁ ଆସିଲା ତାହା ଏବେ ବି ପ୍ରଶ୍ନବାଚୀ।