ଆରପାରିରେ ସୁଷମା

ନୂଆଦିଲ୍ଲୀ: ଆଜି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଛି। ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦିଲ୍ଲୀ ଏମ୍ସରେ ବିୟୋଗ ହୋଇଛି। ହାର୍ଟ ଆଟାକ୍ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ଶେଷ ଖବର ସୁଦ୍ଧା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏମ୍ସରେ ପହଞ୍ଚିଥିଲେ। ସନ୍ଧ୍ୟା ୭.୩୦ରେ ଧାରା ୩୭୦ ଉଚ୍ଛେଦ ହୋଇଥିବାର ଖୁସି ପ୍ରକାଶ କରି ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ସୁଷମା। ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିବା ସୁଷମା ତାଙ୍କ କାର୍ଯ୍ୟ ପାଇଁ ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ।