Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍। ପ୍ରଥମ ସରକାରୀ ଭାବରେ ଉଦଘାଟନ ହୋଇଛି ଇକମୋ ମେସିନ୍‌। ଆଜି ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା ଉଦଘାଟନ କରିଛନ୍ତି। ତେବେ ଏହି ମେସିନ୍ ପରେ ଆଉ ଏକ ଇକମୋ ମେସିନ୍ ଆସିବ। ଆଗାମୀ ୧ ସପ୍ତାହ ମଧ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହେବ ବୋଲି ସେ କହିଛନ୍ତ

ରାଜ୍ୟରେ ପ୍ରଥମ ସରକାରୀ ହସ୍ପିଟାଲଭାବେ ଏମସରେ ଇକମୋ ଲାଗିଛି। ପୂର୍ବରୁ କୌଣସି ସରକାରୀ ହସ୍ପିଟାଲରେ ଇକମୋ ନଥିବାରୁ ବହୁ ସାଧାରଣ ରୋଗୀ ଏହାର ସେବା ନପାଇ ମୃତୁ୍ୟବରଣ କରୁଥିଲେ। ଏହାଛଡ଼ା ଏହା ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ଥିବା ଲୋକେ ରାଜ୍ୟ ବାହାରକୁ ଯାଇ ଏହାର ଚିକିତ୍ସା ଲାଭ ପାଉଥିଲେ।

କରୋନାରେ ଲୋକଙ୍କ ଫୁସଫୁସ ସଂକ୍ରମଣ ହେଉଥିବା ବେଳେ, ବର୍ତ୍ତମାନ ଗୁରୁତର ରୋଗୀ ଅପରେସନ ପାଇଁ ବାହାର ରାଜ୍ୟକୁ ଏୟାର ଲିଫ୍ଟ ହେଉଛନ୍ତି। ଏହି ଇକମୋ ମେସିନ ପ୍ରତିଷ୍ଠା ହେବା ପରେ ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବା ପଡ଼ିବନି।

Leave A Reply

Your email address will not be published.