Odisha Link
Bridging the Missing Links in Odisha

କଟକରୁ ଜବତ ହେଲା ୨ କେଜି ସୁନା

କଟକ: କଟକରେ ବେଆଇନ ସୁନା କାରବାର ଘଟଣା। ଜବତ ହେଇଛି ବିପୁଳ ପରିମାଣର ସୁନା। ୨ କେଜି ଓଜନର ସୁନା ଜବତ କରାଯାଇଛି। ଆଜି କମିଶନରେଟ ପୁଲିସ ଏହି ସୁନା ଜବତ କରିଛି।

ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଏହି ସୁନା ଜବତ କରିଛି। ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କଲା ବେଳେ ପୁଲିସ ଏହାକୁ ଜବତ କରିଛି। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନି। କେବଳ ଫାଇନ ଆଦାୟ ହୋଇଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.