Odisha Link
Bridging the Missing Links in Odisha

ବିଜେପି ନେତାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ। ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ।

ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପ୍ରଜେଶଙ୍କ ଗୋଡ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି। ତେବେ କାହିଁକି ମରଣାନ୍ତକ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଦୁଇ ଜଣକୁ ଅଟକ ରଖି ତନାଘନା ଜାରି ରଖିଛି।

ଏସମ୍ପର୍କରେ ପ୍ରଜେଶ କହିଛନ୍ତି, ମୋ ଗୋଡ଼ ଖରାପ ଥିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲି। ସେଠାରୁ ବାଇକ୍‌ରେ ଜଣଙ୍କ ସହ ଫେରୁଥିଲି। ବାଇକ୍‌ ପଛ ପଟେ ବସିଥିବା ବେଳେ ୩ ଜଣ ଆସି କଟୁରୀରେ ଆକ୍ରମଣ କଲେ। ଏହାର କାରଣ ଜାଣି ନାହିଁ। ସ୍ଥାନୀୟ ଲୋକେ ବଞ୍ଚାଇବାକୁ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ମୋର ପୂର୍ବରୁ ସେମାନଙ୍କ ସହ କୌଣସି ଶତ୍ରୁତା ନାହିଁ। ପୂର୍ବରୁ କୌଣସି କାରଣରୁ ଆକ୍ରମଣକାରୀ ଗାଳିମନ୍ଦ କରିଥିବାରୁ ମୁଁ ଏ ସମ୍ପର୍କରେ ଏସ୍‌ପିଙ୍କୁ ଜଣାଇଥିଲି।

Leave A Reply

Your email address will not be published.