Odisha Link
Bridging the Missing Links in Odisha

ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ।

ଏହା ପୂର୍ବରୁ ଜୁଲାଇ ୩୦ରେ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଥିଲେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଥିଲା। ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା।