Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ଅଳ୍ପକେ ପଦକରୁ ବଞ୍ଚିତ ହେଲେ ଗଲ୍ଫର୍ ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଅଳ୍ପକେ ପଦକ ହରାଇଛନ୍ତି। ମହିଳା ଏକକ ଷ୍ଟ୍ରୋକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ତିମ ସପ୍ତଦଶ ହୋଲରେ ସେ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଥିଲେ। ଅଦିତି ରିଓ ଅଲିମ୍ପିକ୍ସରେ ୪୧ ତମ ସ୍ଥାନ ପାଇଥିଲେ ଓ ଟୋକିଓରେ ଚତୁର୍ଥ ସ୍ଥାନରେ ରହିଲେ।

ଅଦିତି ଶେଷ ହୋଲ୍ସରେ ପଦକ ହରାଇଛନ୍ତି। ଆମେରିକାର ନେଲି କୋର୍ଡା ଏହି ପ୍ରତିଯୋଗିତାରେ ଗୋଲ୍ଡ ଜିତିଛନ୍ତି। ଆଦିତି ୧୩ ତମ ହୋଲ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ଥିଲେ, କିନ୍ତୁ ଶେଷ ୫ଟି ସଟରେ ସେ ଜାପାନର ମୋନେ ଇନାମୀ ଓ ନ୍ୟୁଜିଲ୍ୟାଣ୍ଡର ଲିଡିଆଙ୍କ ପଛରେ ରହିଯାଇଥିଲେ।

Leave A Reply

Your email address will not be published.