Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀ ବ୍ରାଉନସୁଗାର କାରବାର ଦିନକୁ ଦିନ ପଡ଼ିବାରେ ଲାଗୁଛି। ଏହାରି ମଧ୍ୟରେ ରାଜଧାନୀରୁ ଜବତ ହେଇଛି ଧଳା ଜହର। ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା କମିଶନରେଟ୍ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା। ବ୍ରାଉନସୁଗାର ଜବତ ସହ ୨ ବେପାରୀଙ୍କୁ ଗିରଫ କରିଛି ପୋଲିସ।ଭୁବନେଶ୍ବର ୟୁପିଡିର ହ୍ବାଇଟ୍ ସ୍ପାଇଡରକୁ ଏହି ସଫଳତା ମିଳିଛି।

ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବଜାରରେ ଡିଲ୍ ବେଳେ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ବ୍ରାଉନସୁଗାର ଡିଲ୍ ବେଳେ ମୁଖ୍ୟ ଡିଲର ମମତାଜ ଖାନଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମଚାରୀ ଥିବା ଜଣାପଡିଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

 

 

Leave A Reply

Your email address will not be published.