Odisha Link
Bridging the Missing Links in Odisha

ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ: ତାଲିବାନ ମୁଖପାତ୍ର

କାବୁଲ: ଆଫଗାନିସ୍ତାନ ଦଖଲ ପରେ ମୁହଁ ଖୋଲିଛି ତାଲିବାନ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ କରିବାକୁ ଦିଆଯିବ ନାହିଁ।

ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ମତ ରଖି ପ୍ରବକ୍ତା କହିଛନ୍ତି ଯେ, ଇସଲାମ ଆଧାରରେ ମହିଳାଙ୍କ ଅଧିକାରର ସମ୍ପୂର୍ଣ୍ଣ ସୁରକ୍ଷା କରାଯିବ। ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ ସେକ୍ଟର ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଅଛି କାର୍ଯ୍ୟ କରିପାରିବେ। ମହିଳାଙ୍କ ବିରୋଧରେ କୌଣସ ଭେଦଭାବ କରାଯିବ ନାହିଁ। ଏହାସହ କାବୁଲରେ ଥିବା ସବୁ ଦେଶର ଦୂତାବାସକୁ ସୁରକ୍ଷା ଦିଆଯିବ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି।