Odisha Link
Bridging the Missing Links in Odisha

ଯୌନ ପିଶାଚ ତାଲିବାନୀ, ଶବ ସହ ରଖୁଛନ୍ତି ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ। ଦେଶବ୍ୟାପୀ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜଧାନୀ ସହର କାବୁଲରେ ଏବେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଜନତା। ଏପରିକି ଲୋକେ ଦେଶ ଛାଡ଼ି ଯାଉଥିବାରୁ ଦେଖିବାକୁ ମିଳିଛି। ଏଥିସହିତ ରାକ୍ଷାସ ପାଲଟି ଯାଇଛନ୍ତି ତାଲିବାନ ଆତଙ୍କବାଦୀ। ରକ୍ତର ହୋଲି ଖେଳୁଛନ୍ତି। ମନଇଚ୍ଛା ଜୀବନ ନେଉଛନ୍ତି। ନୀରିହଙ୍କୁ ବିଚ୍ ରାସ୍ତାରେ ଗୁଳି କରୁଛନ୍ତି। ଏସବୁ ମଧ୍ୟରେ ଆଫଗାନିସ୍ତାନରୁ ଭାରତ ଆସି ପହଁଞ୍ଚିଥିବା ମହିଳା ମୁସ୍କାନ ତାଲିବାନୀ ଆତଙ୍କୀର ଅସଲ ମୁଖା ପଦାରେ ପକାଇଛନ୍ତି।

ଆଫଗାନିସ୍ତାନରେ ତାଲିବାନ ଶାସନ ଦ୍ବାରା ଅତ୍ୟାଚାରିତ ହୋଇଥିବା ମୁସ୍କାନ ଏବେ ଭାରତରେ ପହଁଞ୍ଚିଛନ୍ତି। ସେ କହିଛନ୍ତି ଯେ, ତାଲିବାନୀ ଆତଙ୍କବାଦୀ ଗୁଡ଼ାକ ପିଶାଚ। ଯବୁତୀଙ୍କ ମୃତଦେହକୁ ମଧ୍ୟ ଛାଡ଼ୁନାହନ୍ତି। ତାଲିବାନୀ ମାନେ ମହିଳାଙ୍କ ମୃତ ଦେହକୁ ରେପ୍‌ କରୁଛନ୍ତି। ଏପରିକି ଝିଅଟି ଜୀବିତ କି ମୃତ, ସେମାନେ ଚିନ୍ତା କରନ୍ତି ନାହିଁ।ଆଉ ଏଭଳି ମାନସିକତା ଥିବା ବ୍ୟକ୍ତିଙ୍କଠୁ ମାନବିକତା ଆଶ କରାଯାଇପାରିବ ନାହିଁ। ଆଫଗାନିସ୍ତାନରେ ମହିଳାମାନେ ବହୁତ ବିପଦରେ ବିପଦରେ ଅଛନ୍ତି ବୋଲି ସେ କହିଛନ୍ତି।

ମୁସ୍କାନ ଆଫଗାନିସ୍ତାନର ପୁଲିସ ବିଭାଗରେ କାମ କରୁଥିଲେ। ସେ କାବୁଲରେ ନିୟୋଜିତ ଥିଲେ। କିନ୍ତୁ ତାଲିବାନ ଭୟରେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ସେ ଏବେ ଭାରତ ଆସି ନୂଆଦିଲ୍ଲୀରେ ରହୁଛନ୍ତି।

Leave A Reply

Your email address will not be published.