Odisha Link
Bridging the Missing Links in Odisha

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମୁକୁଲ୍ ରାୟ

କୋଲ୍‌କାତା: କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଆଜି ଭର୍ତ୍ତି ହୋଇଛନ୍ତି ତୃଣମୂଳ କଂଗ୍ରେସ’ର ବରିଷ୍ଠ ନେତା ମୁକୁଲ୍‌ ରାୟ। ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କ ସହ ନିରାପତ୍ତା କର୍ମଚାରୀ ଯାଇଥିଲେ। ଡାକ୍ତରଖାନାକୁ ଯାଉଥିବା ବେଳେ ମୁକୁଲ୍‌ ରାୟ ଗଣମାଧ୍ୟମକୁ କିଛି କହିନଥିଲେ।

ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ ପରିତ୍ୟାଗ କରି ଗୈରିକ ଶିବିରରେ ଯୋଗ ଦେବାର ଚାରି ବର୍ଷ ପରେ ବିଜେପି ବିଧାୟକ ତଥା ଜାତୀୟ ଉପସଭାପତି ଥିବା ମୁକୁଳ ରାୟ ଜୁନ୍‌ ମାସରେ ପୁନଶ୍ଚ ‘ତୃଣମୂଳ କଂଗ୍ରେସ’କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

୬୭ ବର୍ଷିୟ ‘ତୃଣମୂଳ କଂଗ୍ରେସ’ ନେତା ମୁକୁଲ୍‌ ରାୟଙ୍କ ସହ ଅନ୍ତରଙ୍ଗତା ଥିବା ବ୍ୟକ୍ତିମାନେ କହୁଛନ୍ତି ଯେ, ଜୁଲାଇ ମାସରେ ପତ୍ନୀ ବିୟୋଗ ଘଟିବାରୁ ସେ ମାନସିକ ଆଘାତ ପାଇ ସାମାନ୍ୟ ବିଭ୍ରାନ୍ତ ହୋଇ ଯାଇଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ, ଏବେ ଉପନିର୍ବାଚନ ହେଲେ କୃଷ୍ଣନଗରରେ ‘ବିଜେପି’ ଜିଣିବ। ‘ତୃଣମୂଳ କଂଗ୍ରେସ’ରେ ଥାଇ ଏ ଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କର ମାନସିକ ବିଭ୍ରାନ୍ତି ଘଟିଥିବା କଥା କେତେକ କହିଥିଲେ।

Leave A Reply

Your email address will not be published.