Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ସୁଅରେ ଭାସି ଚାଷୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି।

ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ ଘଟିଛି। ବିଲକୁ କେତେ ପାଣି ହୋଇଛି ଦେଖିବାକୁ ଯାଇଥିବା ବେଳେ ସୁଅରେ ଭାସିଯାଇଛନ୍ତି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି।