Odisha Link
Bridging the Missing Links in Odisha

ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

ଭୁବନେଶ୍ୱର: ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ। ଠକେଇ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ମଲ୍ଲ ବିଜୟ ପ୍ରସାଦ ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହିତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଏହି ମାମଲାରେ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡ୍‌ରେ ନେଇ ୧୮ ତାରିଖ ଦିନ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ଆଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ। ସୂଚନାଥାଉକି ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦକୁଙ୍କୁ ଗିରଫ କରିଛି।

ତାଙ୍କ ନାମରେ ୩୫ ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି। ସେ ୱେଲ୍‌ଫେୟାର୍ ଗୃପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି। ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡ଼ିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.