Odisha Link
Bridging the Missing Links in Odisha

୪ ଦିନ ମିଳିବନି ମଦ

ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ(କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର)ରେ ଡ୍ରାଏ ଡେ’ ଘୋଷଣା କରି ମଦ ବିକ୍ରି ଉପରେ କଟକଣା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ମାର୍ଚ୍ଚ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଡ୍ରାଏ ଡେ’ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୪ଦିନ ରାଜ୍ୟର ୧୦୬ଟି ସହରାଞ୍ଚଳ ଓ ୩ଟି ମହାନଗର ନିଗମ ଅଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏପରିକି କୌଣସି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ବି ମଦ ବିକ୍ରି ହୋଇପାରିବ ନାହିଁ।

ମଙ୍ଗଳବାର ରାଜ୍ୟ ଅବାକାରୀ କମିିଶନର ଆଶୀଷ ସିଂ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଦ ବିକ୍ରି ଉପରେ କଟକଣା ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମ(କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର)ରେ ଡ୍ରାଏ ଡେ’ ଘୋଷଣା କରି ମଦ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ।

ମଦ ଦୋକାନଗୁଡ଼ିକ ମାର୍ଚ୍ଚ ୨୭ରୁ ସ୍ୱାଭାବିକ ଭାବେ ଖୋଲିବ । ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୩୫(ଗ) ଅନ୍ତର୍ଗତ କୌଣସି ସାର୍ବଜନୀନ ଓ ଘରୋଇ ସ୍ଥାନରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି। ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ମାର୍ଚ୍ଚ ୨୨ତାରିଖ ଅପରାହ୍ନ ୫ଟା ପରଠୁ ନିର୍ବାଚନ ହେବାକୁ ଥିବା ସମସ୍ତ ସହରାଂଚଳରେ କୌଣସି ପ୍ରକାର ସଭା-ସମିତି ଆଦି କରିବା ଉପରେ କଟକଣା ଜାରି କରିଛନ୍ତି ।

Leave A Reply

Your email address will not be published.