Odisha Link
Bridging the Missing Links in Odisha

ସାନିଆ ମିର୍ଜା କଲେ ବଡ଼ ଘୋଷଣା, ଫ୍ୟାନ୍ସଙ୍କୁ ଦେଲେ ଝଟକା

ଓଏଲ୍‌ ବ୍ୟୁରୋ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବଡ଼ ଘୋଷଣା। ଟେନିସ୍‌ ଜଗତରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ ସାନିଆ ମିର୍ଜା। ୬ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ନିଜ ଶେଷ ମ୍ୟାଚ୍ ଖେଳିବେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି।

ପାକିସ୍ତାନୀ କ୍ରିକେଟର ଖେଳାଳି ସୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ନେବା ଚର୍ଚ୍ଚା ଭିତରେ ଫ୍ୟାନ୍‌ମାନଙ୍କୁ ସନ୍ନ୍ୟାସ ନେବା ଖବର ଦେଇ ସାନିଆ ଚକିତ କରିଦେଇଛନ୍ତି। ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ବୋଲି ସାନିଆ କହିଛନ୍ତି।

ଗତ ବର୍ଷ ହିଁ ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଦେଇଥିଲେ ସାନିଆ। ୨୦୨୨ର ଶେଷ ଆଡକୁ ସନ୍ନ୍ୟାସ ନେବାକୁ ସେ କହିଥିଲେ। ତେବେ ତାଙ୍କ ଆଣ୍ଠୁରେ ଆଘତ ଲାଗିବା ଯୋଗୁ ସେ ୟୁଏସ୍ ଓପନ୍ ଖେଳିପରିନଥିଲେ। ୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି।

Leave A Reply

Your email address will not be published.