ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ ସଂଘ
କାଲିଠାରୁ ଆମେ ଆଉ ସରକାରଙ୍କ ଡ୍ରେସ କୋଡ୍ ନିୟମ ମାନିବୁନି।

ଓଏଲ୍ ବ୍ୟୁରୋ: ବିଭିନ୍ନ ଦାବି ନେଇ ସ୍ୱର ଉତ୍ତୋଳନ କରିଛି ପ୍ରାଥମିକ ଶିକ୍ଷକ ସଂଘ। ଯାହାକୁ ନେଇ ଧାରଣା ଦେବାକୁ ଅନୁମତି ମାଗିଥିଲେ ଶିକ୍ଷକ ସଙ୍ଘ। ହେଲେ ଧାରଣା ଦେବାକୁ ଅନୁମତି ମିଳିନଥିଲା। ବିନା ଅନୁମତିରେ ଆନ୍ଦୋଳନକୁ ଓଲ୍ହାଇଥିଲେ ଶିକ୍ଷକ ସଙ୍ଘ। ତେବେ ଏହି ଆନ୍ଦୋଳନକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ଥଗିତ ରଖିଥିବା ଜଣା ପଡିଛି। ସଭାପତି ମଣ୍ଡଳର ବରିଷ୍ଠ ସଦସ୍ୟ କହିଛନ୍ତି, କାଲିଠାରୁ ଆମେ ଆଉ ସରକାରଙ୍କ ଡ୍ରେସ କୋଡ୍ ନିୟମ ମାନିବୁନି। ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ସହଯୋଗ କରୁଥିଲୁ ବର୍ଜନ କରିବୁ ବୋଲି କହିଛନ୍ତି ସଙ୍ଘର ସଭାପତି।
ଅନ୍ୟପକ୍ଷେ, ବିଧାନସଭା ଅଧିବେଶନର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି। ସରକାର ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ନରସିଂହ ମିଶ୍ର। ସେହିପରି ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବା କଥାକୁ ନେଇ ମଧ୍ୟ ନିନ୍ଦା କରିଛନ୍ତି। ଧାରଣ ପାଇଁ ଅନୁମତି ନଦେବା ଘଟଣା ଅଗଣତାନ୍ତ୍ରିକ ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।