Odisha Link
Bridging the Missing Links in Odisha

ଶିକ୍ଷକ ଆନ୍ଦୋଳନ ପାଇଁ ଅନୁମତି ନଦେବା ଅଗଣତାନ୍ତ୍ରିକ: ନରସିଂହ ମିଶ୍ର

ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି, ସେ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଧାନସଭା ଅଧିବେଶନର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଏବଂ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି। ସରକାର ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ନରସିଂହ ମିଶ୍ର। ସେହିପରି ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବା କଥାକୁ ନେଇ ମଧ୍ୟ ନିନ୍ଦା କରିଛନ୍ତି। ଧାରଣ ପାଇଁ ଅନୁମତି ନଦେବା ଘଟଣା ଅଗଣତାନ୍ତ୍ରିକ ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।

ଅନ୍ୟପକ୍ଷେ, ଡ୍ରାଇଭର ସଙ୍ଘର ଷ୍ଟିଅରିଂ ଛାଡ଼ ଧର୍ମଘଟ ଘଟଣା ଉପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି, ସେ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Leave A Reply

Your email address will not be published.