Odisha Link
Bridging the Missing Links in Odisha

ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ନବ ଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିଛି ଛାତ୍ର କଂଗ୍ରେସ।

ଓଏଲ୍‌ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ୫୦ ଦିନ ପୁରିସାରିଲାଣି। ତଦନ୍ତ ଜାରି ରହିଥିବାବେଳେ ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନାହିଁ। ତେବେ ଏହାକୁ ନେଇ ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଲା ଛାତ୍ର କଂଗ୍ରେସ।

ନବ ଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିଛି ଛାତ୍ର କଂଗ୍ରେସ। ସୁଶାନ୍ତ ସିଂହଙ୍କ ମୋବାଇଲ ଜବତ କରି ତଦନ୍ତ ଦାବି କଲେ। ସୁଶାନ୍ତଙ୍କର ନବଙ୍କ ସହ ଶତ୍ରୁତା ଥିବାରୁ ତଦନ୍ତ ପରିସରଭୁକ୍ତ ଦାବି କରିଛି ଛାତ୍ର କଂଗ୍ରେସ। ସୁଶାନ୍ତ ସିଂହଙ୍କ ଘର ଉପରକୁ ଟମାଟୋ ମାଡ଼ କରି ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସର ଆନ୍ଦୋଳନକାରୀ। ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ଘେରାଉବେଳେ ପୋଲିସ ସହ ଛାତ୍ର କଂଗ୍ରେସର ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.