Odisha Link
Bridging the Missing Links in Odisha

ବିବାଦରେ ଡବ୍ଲୁଏଫଆଇ ସଭାପତି, ଗତ ୪ ଦିନ ହେବ ଧାରଣାରେ କୁସ୍ତି ଯୋଦ୍ଧା

ବିନେଶ ଫୋଗଟ ଭାରତୀୟ କୁସ୍ତି ସଂଘ ସଭାପତି ତଥା ସାଂସଦ ବ୍ରିଜ୍‌ ଭୂଷଣ ଶରନ ସିଂଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ୩ମାସରୁ ଅଧିକ ଦିନ ହେବ ଵିଵାଦରେ ରହିଛନ୍ତି।

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ଧାରଣାରେ ବସିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଧାରଣାରତ ୭ କୁସ୍ତି ଯୋଦ୍ଧା। ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣା ପଡିଥିଲା। ଦିଲ୍ଲୀ ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ପିଟିସନ କଲେ। ଏତଲା କରିବା ସହ ୪ ଦିନ ହେବ ଧାରଣା ଦେଇଛନ୍ତି।

ଖବର ଅନୁସାରେ, ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଭାରତୀୟ କୁସ୍ତି ସଂଘ ସଭାପତି ତଥା ସାଂସଦ ବ୍ରିଜ୍‌ ଭୂଷଣ ଶରନ ସିଂଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ୩ମାସରୁ ଅଧିକ ଦିନ ହେବ ଵିଵାଦରେ ରହିଛନ୍ତି। ଗତ ଜାନୁଆରୀ ମାସରେ ଦୁଇ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌ ଏବଂ ସାକ୍ଷୀ ମଲିକ ସାଂସଦ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଦିଲ୍ଲୀ ଜନ୍ତରମନ୍ତର ହରତାଳ କରିଥିଲେ।

ସରକାରୀ ସ୍ତରରେ ଏଥିପାଇଁ କୌଣସି ପଦକ୍ଷେପ ନ ନିଆଯିବାରୁ ଅନ୍ୟ ବହୁ କୁସ୍ତି ଯୋଦ୍ଧା ବିନେଶଙ୍କ ସମର୍ଥନରେ ବାହାରିଥିଲେ। ଦେଶରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମଲ୍ଲଯୋଦ୍ଧା କ୍ୟାମ୍ପରେ ପ୍ରଶିକ୍ଷକଙ୍କ ସମେତ ସଂଘ ସଭାପତି ମଧ୍ୟ ମହିଳା ମଲ୍ଲଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବାରୁ ଏବେ ପୁଣି ଥରେ ଧାରଣାରେ ବସିଛନ୍ତି ୭ କୁସ୍ତି ଯୋଦ୍ଧା।