ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ରାସ୍ତାକୁ ଓହ୍ଲାଇବ ବିଜେପି: ପୃଥ୍ବୀରାଜ
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ରାସ୍ତାକୁ ଓହ୍ଲାଇବୁ କହିଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ୪ ପ୍ରଶ୍ନ। ସରକାରଙ୍କୁ ୪ଟି ପ୍ରଶ୍ନ ପଚାରିଲେ ବିଜେପି ସା. ସମ୍ପାଦକ ପୃଥ୍ବୀରାଜ। କେବେ ଗରିବ ଲୋକଙ୍କୁ ଘର ଦେବେ ତାରିଖ ଘୋଷଣା କରନ୍ତୁ ସରକାର। ତାଲିକାରୁ ସବୁ ଅଯୋଗ୍ୟଙ୍କ ନାମ ଉଚ୍ଛେଦ ନେଇ ସ୍ପଷ୍ଟ କରିବେ କି ରାଜ୍ୟସରକାର ବୋଲି କହିଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।
ଯୋଗ୍ୟ ହିତାଧିକାରୀଙ୍କ ନାମ କେବେ ସାର୍ବଜନୀନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବାକିଥିବା ଲୋକଙ୍କ ନାମ କେବେ ଯୋଡ଼ିବେ ସ୍ପଷ୍ଟ କରିବେ କି ବୋଲି କହିଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ରାସ୍ତାକୁ ଓହ୍ଲାଇବୁ କହିଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।