Odisha Link
Bridging the Missing Links in Odisha

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ: ଶପଥ ନେଲେ ଆଉ ୨୪ ଜଣ ମନ୍ତ୍ରୀ

୨୪ ଜଣ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି।

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ସହ ୧୦ ମନ୍ତ୍ରୀ ଶପଥ ନେଇଥିବାବେଳେ ଆଜି ଆଉ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟର ଆଜି ସମ୍ପ୍ରସାରଣ ହୋଇଛି। ୨୪ ଜଣ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି।

ଖବର ଅନୁସାରେ, ଆଜି ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ଅନୁସୂଚିତ ଜାତିର ହୋଇଥିବାବେଳେ ୨ ଜଣ ଅନୁସୂଚିତ ଜନଜାତି ଓ ୫ଜଣ ପଛୁଆ ବର୍ଗର ବିଧାୟକ ରହିଛନ୍ତି। ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ଏମାନଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ଶପଥ ଗ୍ରହଣ କରିଥିବା ୨୪ ଜଣ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟରେ ୩୪ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ତେବେ ନୂଆ କ୍ୟାବିନେଟରେ ଜାତି ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରିଛନ୍ତି ସିଦ୍ଦରମୟା।

Leave A Reply

Your email address will not be published.