Odisha Link
Bridging the Missing Links in Odisha

ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଅପରାଧୀ ପ୍ରାର୍ଥୀଙ୍କ ପାଇଁ ଏଥର କଡ଼ାକଡ଼ି ନିୟମ କରିଛନ୍ତି ନିର୍ବାଚନ ଅ‍ାୟୁକ୍ତ। ପ୍ରାର୍ଥୀମାନେ ନିଜ ଅପରାଧ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରିବେ।

ଏପରି ସ୍ଥଳେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହାେଇଥିବା ଜଣେ ଠକେଇ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଅ‍ାରୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

କେନ୍ଦ୍ରୀୟ ଚୟନ କମିଟି ପାଖକୁ ଯେଉଁ ପ୍ରାରମ୍ଭିକ ପ୍ରାର୍ଥୀ ତାଲିକା ପଠାଯାଇଛି ସେଥିରେ ସିମୁଳିଅ‍ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଜଣଙ୍କ ନାମ ସୁପାରିଶ୍ ହାେଇଥିବା ଜଣାପଡ଼ିଛି। ଏହି ଦୁଇଜଣଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ରହି ବ୍ୟବସାୟ କରୁଥିବା ରବୀନ୍ଦ୍ର କୁମାର ଶତପଥୀ।

ଶ୍ରୀ ଶତପଥୀ ବସନ୍ତ କୁଞ୍ଜ କର୍ପୋରେସନ୍ ବ୍ୟାଙ୍କରେ ହାେଇଥିବା ୧୪୫ କୋଟି ଟଙ୍କାର ଠକେଇ ମାମଲାରେ ଅନ୍ୟତମ ଅଭିଯୁକ୍ତ।

ୟୁନିଟ୍ରାକ୍ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଏହି ଠକେଇର କେନ୍ଦ୍ରବିନ୍ଦୁ। ଏହି ସଂସ୍ଥା ସହ ଶ୍ରୀ ଶତପଥୀ ଜଡ଼ିତ ଥିଲେ ହେଁ ପରବର୍ତ୍ତୀ ସମୟରେ ଚତୁରତାର ସହ ବାହାରି ଅ‍ାସିଥିଲେ। ଦିଲ୍ଲୀ ମହିପାଳପୁର ଅଞ୍ଚଳର ଏ-୪, କକପିଟ୍ କମ୍ପ୍ଳେକ୍ସରେ କାର୍ଯ୍ୟାଳୟ ଥିବା ଏହି କମ୍ପାନୀର ମେଲ୍ ଅ‍ାଇଡି [email protected] ସରକାରୀ ନଥିରେ ଏବେ ରହିଛି।

୨୦୧୫ରେ ଏହି ଠକେଇ ପରେ ଶ୍ରୀ ଶତପଥୀଙ୍କ ନାମରେ ଦିଲ୍ଲୀର ମେହେରୁଲି ଥାନାରେ ଅ‍ାଇପିସି ସେକ୍ସନ ୪୨୦, ୧୨୦ବି ଓ ୩୪ ଅ‍ାଧାରରେ କେସ୍ ନମ୍ବର ୨୨୫୦/୧୫ ମାମଲା ରୁଜୁ ହାେଇଥିଲା। ପରବର୍ତ୍ତୀ ସମୟରେ ମାମଲା ସିବିଅ‍ାଇ ହାତକୁ ଗଲା। ୨୦୧୭ ଜୁନ ମାସରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସିବିଅ‍ାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

ଶ୍ରୀ ଶତପଥୀ ଫେରାର୍ ଥିବାରୁ ପରବର୍ତ୍ତୀ ସମୟରେ ସେ ଓ ଅନ୍ୟ ଦୁଇଜଣ ସହଯାେଗୀଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ସେ ନମିଳିବାରୁ ପୋଲିସ ମାମଲା କୋର୍ଟକୁ ହସ୍ତାନ୍ତର କରିଥିଲେ।
୨୦୧୭ ଡିସେମ୍ବର ମାସରେ ଦିଲ୍ଲୀର ସାକେତ୍ କୋର୍ଟ ଶ୍ରୀ ଶତପଥୀ ଓ ଅନ୍ୟ ଦୁଇ ସହଯୋଗୀଙ୍କ ନାମରେ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ୧୬ ଜାନୁଅ‍ାରୀ ୨୦୧୮ ମଧ୍ୟରେ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହେବା ପାଇଁ ଶ୍ରୀ ଶତପଥୀଙ୍କୁ ନିର୍ଦ୍ଦେଶ ଥିଲା।

୧୪୫ କୋଟିର ଠକେଇରେ ଜାମିନ ବିହୀନ ଗିରଫ ପରଓ୍ବାନା ଲାଗିଥିବା, ଫେରାର ହାେଇଥିବା ଓ ପରବର୍ତ୍ତୀ ସମୟରେ ସିବିଅ‍ାଇ ଜାଲରେ ଫସିଥିବା ଶ୍ରୀ ଶତପଥୀଙ୍କୁ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ କରିବା ନେଇ ଏବେ ଖୋଦ୍ ଦଳ ଭିତରେ ଭ୍ରୂକୁଞ୍ଚନ ଅ‍ାରମ୍ଭ ହାେଇଛି।

ପଢ଼ନ୍ତୁ ଏ ସମ୍ପର୍କିତ ବିସ୍ତାର ରିପୋର୍ଟ www.odishastory.comରେ

http://www.odishastory.com/2019/03/11/odisha-congress-to-field-tainted-businessman-from-simulia/

Comments are closed.