Odisha Link
Bridging the Missing Links in Odisha

ଓଡ଼ିଶାରେ ହୋଇପାରେ ୨୦୩୨ ଅଲମ୍ପିକ୍: ଏ ନେଇ କଣ କହିଲେ ଆଇଓଏ ସଭାପତି…

ନୂଆଦିଲ୍ଲୀ: ୨୦୩୨ ଅଲମ୍ପିକ ଓଡ଼ିଶାରେ ହେବ କି ଏ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। କାହିଁକିନା ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ ଏଭଳି ଚର୍ଚ୍ଚା ସୃଷ୍ଟି ହୋଇଛି। ଇଣ୍ଡିଆନ୍ ଅଲମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି | ଭାରତ ଅଲମ୍ପିକ୍‌ ଆୟୋଜନ କରିବାକୁ ହେଲେ ଏଥିପାଇଁ ଭାରତ ୨୦୨୦ ଟୋକିଓ ଅଲମ୍ପିକ ଓ ୨୦୨୪,୨୦୨୮ ଅଲମ୍ପିକରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲଇ ବାତ୍ରା କହିଛନ୍ତି। ବାତ୍ରାଙ୍କ ମତରେ ଭାରତ ଯଦି ୨୦୨୦ ସହ ୨୦୨୪ ଓ ୨୦୨୮ରେ ଦୁଇ ଅଙ୍କ ବିଶିଷ୍ଟ ମେଡାଲ ଜିତିବ ତାହେଲେ ବିଡ ପ୍ରକ୍ରିୟାରେ ଭାଗ ନେଇପାରିବ | ୨୦୨୪ରେ ଅତିକମରେ ୨୫ଟି ମେଡାଲ ଓ ୨୦୨୮ରେ ୩୫-୪୦ ମେଡାଲ ଜିତିବାର ଆଵଶ୍ୟକତା ରହିଛି | ନଚେତ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ୨୦୩୨ ପାଇଁ ହେବାକୁ ଥିବା ଅଲମ୍ପିକ କ୍ରୀଡା ପାଇଁ ବିଡରେ ଭାଗ ନେବାକୁ ବି ସୁଯୋଗ ଦେବ ନାହିଁ ବୋଲି ଶ୍ରୀ ବାତ୍ରା କହିଛନ୍ତି |
ଏହି ଅବସରରେ ବାତ୍ରା ସୂଚନା ଦେଇଛନ୍ତି ଯେ ୨୦୨୫ ମସିହାରେ ନିଷ୍ପତି ନିଆଯିବ ଯେ ୨୦୩୨ରେ ଅଲମ୍ପିକ କ୍ରୀଡା କେଉଁଠି ହେବ | ମୁମ୍ବାଇ,ଦିଲ୍ଲୀ ପରେ ଭୁବନେଶ୍ୱର ପ୍ରଥମ ପସନ୍ଦ ରହିଛି | ତିନିଟି ସହରକୁ ଭାରତୀୟ ଅଲମ୍ପିକ କମିଟି ଚୟନ କରିଛି | ବାତ୍ରା କହିଛନ୍ତି ଯେ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାର ଅଭିଜ୍ଞତା ଥିବା ସହ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସ୍ଥାନକୁ ପ୍ରାଥମିକତା ଦିଆଯାଇଛି। ୨୦୧୮ ମସିହାରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ ସଫଳତାର ସହ ସମ୍ପନ୍ନ କରିଥିବାରୁ ଓଡ଼ିଶା ଏବେ ପ୍ରମୁଖ ପସନ୍ଦ ପାଲଟିଛି ବୋଲି ଶ୍ରୀ ବାତ୍ରା କହିଛନ୍ତି| ସୂଚନାଯୋଗ୍ୟ,୨୦୧୮ ମସିହା ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ସଫଳତାର ସହ ହକି ମହାକୁମ୍ଭ ଆୟୋଜନ ହୋଇଥିଲା

Comments are closed.