Odisha Link
Bridging the Missing Links in Odisha

ସୁଲତାନଙ୍କ ଖାଇବା ଷ୍ଟାଇଲ୍

ବଲିଉଡ଼ର ସୁଲତାନ ସଲମାନ ଖାନ ୫୩ ବର୍ଷରେ ପାଦ ଥାପିଥିଲେ ମଧ୍ୟ ନିଜକୁ ଫିଟ୍ ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ସୁଲତାନ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ୧୫ କିଲୋ ଓଜନ ବଢ଼ାଇବାକୁ ପଡ଼ିଥିଲା । ନିର୍ଦ୍ଦେଶକ ପୁଣି କହିଥିଲେ ଯେ ୨ ମାସ ମଧ୍ୟରେ ଏଇ ଓଜନ କମାଇଲେ ଆଗାମୀ ଅଧ୍ୟାୟ ସୁଟିଂ କରିବାକୁ ପଡ଼ିବ । ଏଇ ସମୟରେ ସଲମାନ ନାକେଦମ ହୋଇଯାଇଥିଲେ ବୋଲି କହିଛନ୍ତି । ଓଜନ କମାଇବା ଆଦୌ ସହଜ ନୁହେଁ । ତେବେ କଠିନ ପରିଶ୍ରମ କରି ସେ ଏହା କରିପାରିଥିଲେ । ଆଜିକାଲି ନିଜ ଖାଦ୍ୟପାନୀୟ ବାବଦରେ ସେ ଖୁବ୍ ସତର୍କ ରହି ଆସୁଛନ୍ତି ।

ସୁଲତାନଙ୍କ ନିତି ଦିନ ଖାଦ୍ୟର ତାଲିକା

  • ଦିନକୁ ଅତିକମରେ ୧ ଘଣ୍ଟା ସେ ବ୍ୟାୟାମ କରନ୍ତି । ବ୍ୟାୟାମ ପୂର୍ବରୁ ସେ ଫଳ କିମ୍ବା ଫଳରସ ନିଶ୍ଚିତ ଭାବେ ଖାଇଥାନ୍ତି ।
  •  ସକାଳ ଜଳଖିଆ ଖାଇ ପେଟପୁରା କରିବାକୁ ସେ ଭୁଲନ୍ତି ନାହିଁ । ନିୟମିତ ଭାବେ ଅଣ୍ଡା ୨ଟା ବ୍ରେଡ ଟୋଷ୍ଟ ଓ ୧ ଗିଲା ଲୋ ଫ୍ୟା କ୍ଷୀର ପିଅନ୍ତି ସଲମାନ୍ । ତେବେ ସପ୍ତାହକୁ ଥରୁଟିଏ ପୁରି-ତରକାରି ମଧ୍ୟ ଖାଇବାକୁ ପସନ୍ଦ କରନ୍ତି ।
  • ସିଝା ଖାଦ୍ୟ ଖାଇବାକୁ ପସନ୍ଦ କରୁନଥିବା ସଲମାନ ନିୟମିତ ଭାବେ ଗ୍ରିଲ ଚିକେନ ଖାଉଥିବାର ପ୍ରକାଶ । ଶୁଦ୍ଧ ଦେଶୀ ଘିଅ ଓ ସୋରିଷ ତେଲରେ ପ୍ରସ୍ତୁତ ଭୋଜନ ସେ ଖାଆନ୍ତି । ତାଙ୍କ ମତରେ ଅଲିଭ ତେଲ ରିଫାଇନ ତେଲ ବିଦେଶୀଙ୍କ ଖାଦ୍ୟ ।
  • ନିୟମିତ ଭାବେ ରାତିଦେବା ସେ ଘିଅ ଲଗା ପରଟା ଓ ଛେନା ତରକାରି ମଧ୍ୟ ଖାଉଥିବାର କହିଛନ୍ତି । ଏସବୁ ବାଦ୍ ତାଙ୍କ ପରିବାରର ଛୋଟ ପିଲାଙ୍କ ସହ କ୍ରିକେଟ ଓ ଟେନିସ କିଛି ସମୟ ପାଇଁ ଖେଳିଥାନ୍ତି ।

Comments are closed.