Odisha Link
Bridging the Missing Links in Odisha

ଗୋଟିଏ ପରିବାରର ୩ଭାଇଙ୍କୁ ବିଚ୍ ବଜାରରେ ହାଣି ହତ୍ୟା

ପୁରୀ : ନୀଳାଦ୍ରି ବିଜେ ପୂର୍ବରୁ ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ହୋଇଛି । ଗୋଟିଏ ପରିବାର ୩ ଜଣଙ୍କୁ ବିଚ୍ ବଜାରରେ ଦୁର୍ବୃତ୍ତ ମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ପର୍ଶୁ ବେହେରା। ଏମାନେ ଗୋଟିଏ ପରିବାର ୩ ଭାଇ । ପୂର୍ବ ଶତ୍ରୁତାରୁ ଏଭଳି ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଖଣ୍ଡା, ଫାର୍ସା ଆଦି ମାରଣାସ୍ତ୍ରରେ ଦୁର୍ବୃତ୍ତ ମାନେ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟାଇଛନ୍ତି ।
ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା। କିଛି ମାସ ତଳେ ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ଟ୍ରେନ ଲାଇନରୁ ଉଦ୍ଧାର ହୋଇଥିଲା । ପୂର୍ଣ୍ଣ ଓ କୃଷ୍ଣ ହେଉଛନ୍ତି ଅଜୟଙ୍କ ନିଜ ଭାଇ । ସେହିପରି ପଞ୍ଚୁ ତାଙ୍କ ଦାଦା ପୁଅ ଭାଇ । ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

ତେବେ ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହତ୍ୟାକାରୀଙ୍କୁ ଗିରଫ ଦାବିରେ ପଟ୍ଟନାୟକିଆ ଛକଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା । ଉତ୍ୟକ୍ତ ଲୋକ ଛକରେ ଥିବା ଉଠାଦୋକାନ ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଖେ ଶହଶହ ଗାଡ଼ି ଅଟକି ରହିଥିଲା । ପୁରୀ ଏସପି ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଅଭିଯୁକ୍ତ ମାନକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ଅଭିଯୁକ୍ତର ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ ନେଇ ଏ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Comments are closed.