Odisha Link
Bridging the Missing Links in Odisha

ସହପାଠୀ କଲେ ଗଣଦୁଷ୍କର୍ମ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ଜଣେ କଲେଜ ଛାତ୍ରୀ ଗଣ ଦୁଷ୍କର୍ମର ଶୀକାର ହୋଇଛନ୍ତି । ଛାତ୍ରୀ ଜଣକ ଯୁକ୍ତ ତିନିର ପ୍ରଥମ ବର୍ଷର ହୋଇଥିବାବେଳେ ତାଙ୍କ ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ଛାତ୍ରୀ ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ୪ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଗତ ଜୁନ୍ ୨୬ତାରିଖରେ କଲେଜ ଯିବା ପାଇଁ ଛାତ୍ରୀ ଜଣକ ରାସ୍ତାରେ ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ସହପାଠୀ ବାଇକରେ ଆସି କଲେଜ ଛାଡ଼ି ଦେବା ପାଇଁ କହିଥିଲେ । ଛାତ୍ରୀଜଣକ ତାଙ୍କ ସହିତ ବାଇକରେ ଯାଇଥିଲେ । ତେବେ କଲେଜ ଯିବା ବାଟରେ ପୁଟୁଡିହି ଜଙ୍ଗଲରେ ଜଣେ ସହପାଠୀ ତାକୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏହା ପରେ ଆଉ ତିନି ଜଣ ସହପାଠୀ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ । ତେବେ ଛାତ୍ରୀ ଜଣକ ଭୟ ଓ ଲୋକଲଜ୍ଜାରେ ଚୁପ ରହିଯାଇଥିଲେ । କିନ୍ତୁ କଲେଜ ଯିବା ବନ୍ଦ କରିଦେବା ସହିତ ତାଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ପରିବାର ଲୋକ ବହୁତ ପଚରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ । ଏହା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ଗୋଟିଏ ବାଇକ ମଧ୍ୟ ଜବତ କରିଛି । ଘଟଣାର ତଦନ୍ତ ଜାରି ରହିଛି ।

Comments are closed.