Odisha Link
Bridging the Missing Links in Odisha

ଗାଧୁଆ ତୁଠରୁ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଯାଇଛି କୁମ୍ଭୀର । ନଦୀ କୂଳରେ ଥିବା ଲୋକଙ୍କ ଆଗରେ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାମିନେଇଥିବା ଯୁବକଙ୍କ ନାଁ ହେଉଛି କୁନା ବରାଳ । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ । ଗାଁ ଲୋକେ କୁନା ବରାଳକୁ ନଦୀ ଭିତରେ ଖୋଜାଖୋଜି କରୁଛନ୍ତି ।
ବ୍ରାହ୍ମଣୀ ନଦୀରେ ବରାବର ଏଭଳି ଦୁର୍ଘଟଣା ଘଟିଆସୁଛି । କେତେବେଳେ ମଣିଷ ତ କେତେବେଳେ ଗୃହପାଳିତ ପଶୁ କୁମ୍ଭୀରର ଶିକାର ହେଉଛନ୍ତି । କିଛି ଦିନ ତଳେ କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।

Comments are closed.