Odisha Link
Bridging the Missing Links in Odisha

ମମତା ଓ କେଜରିଓ୍ବାଲଙ୍କ ‘ତେରି ମେରି କାହାନୀ’ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଦେଶର ସବୁଠି ଚର୍ଚ୍ଚାରେ ଷ୍ଟେସନରୁ ସେଲିବ୍ରିଟି ହୋଇଥିବା ରାନୁ ମଣ୍ଡଳ। ତାଠୁ ଅଧିକ ଚର୍ଚ୍ଚାରେ ରାନୁ ମଣ୍ଡଳଙ୍କ ତେରି ମେରି କାହାନୀ ଗୀତ। ଆଉ ଏ ଗୀତର ଭିଡିଓ ଏବେ ସୋସିଆଲ ମଡିଆରେ ଘୁରି ବୁଲୁଛି। ହେଲେ ରାନୁ ମଣ୍ଡଳ ଏହି ଭିଡିଓକୁ ନେଇ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଠୁ ଅଧିକ ରାନୁଙ୍କ ଏହି ଗୀତ ଓ ଭିଡିଓକୁ ନକଲ କରୁଥିବା ବ୍ୟକ୍ତି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି।

ରାନୁ ମଣ୍ଡଳ ଏବଂ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରଶମିୟାଙ୍କ ତେରି ମେରି କାହାନୀ ଗୀତ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଦର୍ଶକମାନେ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଅପରପକ୍ଷେ ଏ ଭିଡିଓ ମଧ୍ୟ ନକଲ କରି ଅନେକ ଲୋକ ସେସିଆଲ ମିଡିଆରେ ଭିଡିଓ ସେୟାର କରୁଛନ୍ତି। ଆଉ ଏଥିରେ ଏବେ ସାମିଲ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାନୁ ମଣ୍ଡଳଙ୍କ ଭୂମିକାରେ ମମତା ଏବଂ ହିମେଶଙ୍କ ଭୂମିକାରେ ଅରବିନ୍ଦ। ରାନୁ ମଣ୍ଡଳଙ୍କ ଗୀତ ପରି ମମତା ଗାଉଛନ୍ତି ଅପରପକ୍ଷେ ହିମେଶଙ୍କ ଭୂମିକା ଭଲ ଭାବରେ ତୁଲାଇଛନ୍ତି ଅରବିନ୍ଦ କେଜରିଓ୍ବାଲ। ଯାହା ଏବେ ଚର୍ଚ୍ଚାରେ। ହେଲେ ସତକଥା ହେଉଛି ଯେ ମମତା ଓ ଅରବିନ୍ଦ ଏହି ଗୀତରେ ଗାଇ ନାହାନ୍ତି। ଏପରି ଏଡିଟ୍‌ କରି ଏକ ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରିଛି ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

Comments are closed.