Odisha Link
Bridging the Missing Links in Odisha

ସ୍ବାୟତ୍ତ ଶାସନ ଦିବସରେ ନୟାଗଡ଼କୁ ୩.୩ କୋଟି ଉପହାର, ଦେଖନ୍ତୁ ଭିଡିଓ

ନୟାଗଡ଼: ନୟାଗଡ଼ରେ ସ୍ୱାୟତ ଶାସନ ଦିବସ ପାଳିତ। ଏଥି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଛି ବିଭିନ୍ନ ଯୋଜନା। ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଏ ନେଇ ସୂଚନା ଦେଇଛନ୍ତି। ନୟାଗଡ଼ ସହର ପାଇଁ ମୋଟ ୩ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କିରଛନ୍ତି ରାଜ୍ୟ ସରକାର।

ଭାଲୁଖୋଲ ଠାରେ ଏକ ମଇଳାପାଣି ବିଷୋଧନାଗାର ପ୍ରତିଷ୍ଠା, ସହରର ବିଭିନ୍ନ ଦୋକାନୀମାନଙ୍କୁ ଭେଣ୍ଡିଂ ଯୋଜନା ମାଧ୍ୟମରେ ଥଇଥାନ, ମାଛ ଓ ମାଂସ ବ୍ୟବସାୟୀ ମାନଙ୍କ ଥଇଥାନ ନିମନ୍ତେ କଂସେଇ ଖାନା ନିର୍ମାଣ, କ୍ଷେତ୍ରିବରପୁର ଠାରେ ମାଇକ୍ରୋ ରିକଭରି ସେଣ୍ଟର ଫ୍ୟାସିଲିଟି ପାଇଁ ୭୮ ଲକ୍ଷ , ମ୍ୟାଟ୍ରେରିଆଲ ରିକଭରୀ ଫ୍ୟାଶିଲିଟି ପାଇଁ ୫୫ ଲକ୍ଷ , ସ୍ୱୟଂ ଚାଳିତ ଟ୍ରାଫିକ ସିଗନାଲ ବ୍ୟବସ୍ଥା, ନୟାଗଡ଼କୁ ପଲିଥିନି ମୁକ୍ତ କରିବା, ମଣ୍ଡାବାଗନ ପଡ଼ିଆରେ ଏକ ଖୋଲା ବ୍ୟାୟାମ କେନ୍ଦ୍ର ପ୍ରତିଷ୍ଠା ଆଦି ଯୋଜନା ଆଗାମୀ ଦିନରେ କରାଯିବ।

Comments are closed.