Odisha Link
Bridging the Missing Links in Odisha

ବାପ କରିଥିଲା ପାପ

ଭବାନପାଟଣା: ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଧାଫାସ ହୋଇଛି। ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିବା ବାପା ସ୍ୱୀକାର କରିଛି। ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନରେ ପକାଇ ଦେଇଥିଲା। ପରେ ଘରକୁ ଫେରି ୨ ପିଲାଙ୍କୁ ନୃଶଂସଭାବେ କଳାକାଟି ହତ୍ୟା କରିଥିଲା। ନିଜର ପରକୀୟା ପ୍ରୀତି ପାଇଁ ହତ୍ୟାକାରୀ ଏପରି କାଣ୍ଡ ଭିଆଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଳହାଣ୍ଡି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଗତକାଲି ସଦର ଥାନା ସିଂଝରଣ ଗ୍ରାମରେ ଟ୍ରିପଲ ମର୍ଡର ଘଟିଥିଲା । ମୃତ ଦୁଇ ପୁଅ ରବିନ୍ଦ୍ର ମାଝି ଦୁଷ୍ମନ୍ତ ମାଝି ଓ ମୃତକ ମା ହେଲେ ବିମଳା ମାଝି।

Comments are closed.