Odisha Link
Bridging the Missing Links in Odisha

ଛୁଟିରେ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଟ୍ରାଫିକ୍ କଟକଣା କୋହଳ ନେଇ  ତତ୍ପରତା ପ୍ରକାଶ ପାଇଛି। ପରିବହନ ବିଭାଗ ଓ ଆର୍‌ଟିଓ ଅଫିସ ଛୁଟି ଦିନରେ ବି ଖୋଲା ରହିବ। ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ।

ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍। ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ୍ ହେବ। ସ୍ବତନ୍ତ୍ର କ୍ୟାମ୍ପରେ ଡିଏଲ୍‌ ଓ ଗାଡି ଡକ୍ୟୁମେଣ୍ଟସ୍ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ ସେପ୍ଟେମ୍ବରରୁ ଲାଗୁ ହୋଇଛି ନୂତନ ଟ୍ରାଫିକ୍ ନିୟମ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମନା। ଫଳରେ ଲୋକେ ଭୟରେ ଗାଡି ମଧ୍ୟ ଘରୁ ଗାଡି ବାହାର କରୁନାହାନ୍ତି। ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏମଭି ଆଇନକୁ ୩ ମାସ କେ।ହଳ କରିଛନ୍ତି ରାଜ୍ୟ ସରକାର। ତଥାପି ଆଜି ବି ଆରଟିଓ ଅଫିସରେ ଗାଡି ଚାଳକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ବାଣୀବିହାରଠାରୁ ଆଚାର୍ଯ୍ୟବିହାର ଯାଏଁ ଗାଡି ଲାଇନ୍ ଲାଗିଛି। ଆରଟିଓ ୧ରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ଫିଟିନେସ୍ ପାଇଁ ଭିଡ ଜମାଇଛନ୍ତି ଗାଡି ଚାଳକ ।ଗତ ୧୦ଦିନ ମଧ୍ୟରେ ଆରଟିଓ ୧ରେ ୮ ହଜାର ୩ଶହ ୬୬ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିବା ବେଳେ ୨ ହଜାର ୧୪୪ ଡିଏଲ ଆବେଦନ କରାଯାଇଛି ।

Comments are closed.