Odisha Link
Bridging the Missing Links in Odisha

ନୂଆ ସ୍ପନସର ଲୋଗୋ ସହ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ନୂଆଦିଳ୍ଲୀ: ଆଜିଠୁ ଆଉ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ନାହିଁ ଓପୋ(Oppo) କମ୍ପାନୀର ଲୋଗ। କାରଣ ଆଜିଠୁ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖାଯିବ ନୂଆ ସ୍ପନସରର ଲୋଗୋ। ଆଜି ପଡ଼ିଆକୁ ଓହ୍ଲାଇଲେ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବିଓ୍ବାଇଜେୟୁ(Byju’s)ର ଲୋଗୋ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ। ଚାଇନିଜ ମୋବାଇଲ କମ୍ପାନୀ ଅପୋକୁ ହଟାଇ ସ୍ଥାନ ନେଇଛି ବିଓ୍ବାଇଜେୟୁ। ମାର୍ଚ୍ଚ ୨୦୧୭ରୁ ୫ବର୍ଷ ପାଇଁ ଅପୋ ଟିମ ଇଣ୍ଡିଆର ସ୍ପନସର ରହିଥିଲା।

ତେବେ ସମୟ ଅବଧି ପୂରଣ ପୂର୍ବରୁ ସ୍ପନସରସିପରୁ ଓହରିଯାଇଛି ଅପୋ। ୧୦୭୮ କୋଟି ବିନିମୟରେ ୫ବର୍ଷ ପାଇଁ ସ୍ପନସର ରହିବାକୁ ବିସିସିଆଇ ପକ୍ଷରୁ ଅନୁମତି ପାଇଥିଲା ଅପୋ। ତେବେ କ୍ଷତି ସହୁଥିବାର କାରଣ ଦର୍ଶାଇ ବେଙ୍ଗାଲୁରୁର ଏଜୁକେସନ ଟେକ୍ନୋଲୋଜି ଫାର୍ମ(Byju’s)କୁ ସ୍ପନରସିପ ଦେବାକୁ ବାଧ୍ୟ ହୋଇଛି ଅପୋ। ଶେଷଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଟିମ୍‌ ଇଣ୍ଡିଆ ଓପୋ ସ୍ପନସରସିପ୍‌ ଲୋଗୋରେ ଖେଳିଥିଲା ଟିମ୍‌ ଇଣ୍ଡିଆ।
ଏଥିସହିତ ପଢ଼ନ୍ତୁ:

ଟିମ୍‌ ଇଣ୍ଡିଆ ଜର୍ସିରେ ଆଉ ଦେଖିବାକୁ ମିଳିବ ନାହିଁ OPPO! , କାହିଁକି ଜାଣନ୍ତୁ

Comments are closed.