Odisha Link
Bridging the Missing Links in Odisha

ଭଉଣୀଙ୍କୁ ଅନୁସରଣ କରି ମଡେଲିଂରେ ପାଦ ଥାପିଲେ ଭାଇ

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ପୁଅ ଇବ୍ରାଇମ୍ ଅଲ୍ଲି ଖାନ୍ ଏବେ ମଡେଲିଂରେ ପାଦ ଥାପାଛନ୍ତି । ସେ ଭଉଣୀ ସାରାଙ୍କୁ ଅନୁସରଣ କରି ବଲିଉଡ୍ ଆଡକୁ ମୁହାଁଉଛନ୍ତି । ଇବ୍ରାଇମ୍ ଭଉଣୀ ସାରାଙ୍କ ଏକ ଫଟୋସୁଟ୍ କରିଛନ୍ତି । ଭାଇ-ଭଉଣୀ ଦୁହେଁ ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ ଏକ ଫଟୋସୁଟ୍ । ପ୍ରଥମ ଥର ପାଇଁ ଏହି ଭାଇ-ଭଉଣୀ ଯୋଡିଙ୍କୁ ଏଭଳି ଫ୍ୟାସନ୍ ଫଟୋସୁଟରେ ଦେଖିବାକୁ ମିଳିଛି । ତାହା ସହ ହାଲୋର ଅକ୍ଟୋବର୍ ମାସ ସଂସ୍କରଣର କଭର୍ ପେଜରେ ସୈଫ୍ ଅଲ୍ଲି ଖାନ୍ ଓ ଅମ୍ରିତା ରାଓଙ୍କ ପୁଅ ଝିଅ ସାରା ଅଲ୍ଲି ଖାନ୍ ଓ ଇବ୍ରାଇମ୍ ଅଲ୍ଲି ଖାନ୍ ମଧ୍ୟ ନଜର ଆସିଛନ୍ତି ।


ଦୁହିଁଙ୍କୁ ପାରମ୍ପରିକ ଗେଟ୍ଅପ୍ ସହ ମଡର୍ଣ୍ଣ ଆଉଟଫିଟରେ ମଧ୍ୟ ଦେଖିବାକୁ ମିଳିଛି | ତାଙ୍କର ଏହି ଫଟୋକୁ ଦର୍ଶକମାନେ ବହୁତ ପସନ୍ଦ କରିବା ସହିତ ୧୪,୪,୩୪୧ ଲାଇକସ୍ ମଧ୍ୟ ମିଳିଛି ।ସାରାଙ୍କ କ୍ୟାରିୟରର ପ୍ରଥମ ୨ଟି ସିନେମା କେଦାରନାଥ ଓ ସିମ୍ବା ସୁପରହିଟ ହୋଇଛି ।

Comments are closed.