Odisha Link
Bridging the Missing Links in Odisha

ମୋ ସରକାର: କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ

ଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ , ଅର୍ଥ ବିଭାଗର ପ୍ରମୁଖ ସଚିବ ଏ. କେ. ମୀନା ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍‌ର ପ୍ରକଳ୍ପ ନିର୍ଦେଶିକା ଶାଳିନୀ ପଣ୍ଡିତ ଆଜି ସକାଳୁ ଜୟପୁରରେ ପହଞ୍ଚି ମାଲକାନଗିରି ଯାଇ କୋରାପୁଟ ଅଭିମୁଖେ ଯାତ୍ରା କରିଛନ୍ତି।

ପ୍ରଥମେ ତିନି ବରିଷ୍ଠ ଅଧିକାରୀ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ। ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଆଉ ଏହି କ୍ରମରେ ମାଲକାନଗିରି ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିଛନ୍ତି ୫ଟି ସଚିବ। ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଛନ୍ତି।

‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ ଜୟପୁର ବିମାନ ବନ୍ଦର, ସ୍ୱାସ୍ଥ୍ୟ ସେବା ସହ ଅନ୍ୟାନ୍ୟ କେତେକ ବିଭାଗର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Comments are closed.