Odisha Link
Bridging the Missing Links in Odisha

ଗାନ୍ଧୀ କେମିତି ଆତ୍ମାହତ୍ୟ କରିଥିଲେ?, ପରୀକ୍ଷାରେ ଆସିଲା ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: କିଛିଦିନ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ସାରା ଦେଶରେ ଧୁମଧାମରେ ପାଳିତ ହୋଇଥିଲା। ଏବେ ଗାନ୍ଧୀଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ପ୍ରଶ୍ନ ଗୁଜୁରାଟର ନବମ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନ ପଡ଼ିଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ।

ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ? ଗୁଜୁରାଟର ଏକ ସ୍କୁଲ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଏକ ଅଜବ ପ୍ରଶ୍ନ ଆସିଥିଲା। ଯାହାକୁ ନେଇ ଗୁଜୁରାଟ ଶିକ୍ଷା ବିଭାଗର ମୁଣ୍ଡ ଗୋଳମାଳ ହୋଇଯାଇଛି। ନବମ ଶ୍ରେଣୀ ପିଲାଙ୍କ ପାଇଁ ଗୁଜୁରାଟୀ ଭାଷାରେ ପ୍ରଶ୍ନଟି ଥିଲା ଯେ, ‘ଗାନ୍ଧୀଜିଏ ଆପ୍‌ଘାତ କରଓ୍ବା ମାତେ ଶୁ କାରୟୁ’ ଅର୍ଥାତ୍‌ ‘ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ?

‘ସୁଫଳମ୍‌ ଶାଳ ବିକାଶ ସଙ୍କୁଳ’ ଅଧିନରେ ପରିଚାଳିତ ଏକ ସେଲଫ୍‌ ଫାଇନାନ୍‌ସିଂ ସ୍କୁଲର ନବମ ଶ୍ରେଣୀର ପିଲାଙ୍କ ପାଇଁ ଏ ପ୍ରଶ୍ନଟି ଆସିଥିଲା।

Comments are closed.