Odisha Link
Bridging the Missing Links in Odisha

OTET ପରୀକ୍ଷା ଅନୀୟମିତତାକୁ ନେଇ ବୋର୍ଡ ଅଫିସ ଘେରିଲା ବିଦ୍ୟାର୍ଥୀ ପରିଷଦ

ଭୁବନେଶ୍ବର: ୨୦୧୯ ରେ ହୋଇଥିବା ଓଟିିଇଟି ପରୀକ୍ଷାରେ ବହୁ ଅନୀୟମିତତା ଦେଖାଯାଇଥିଲା। ଏହା ପୂର୍ବରୁ ହୋଇଥିବା ଓଟିିଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ବିଦ୍ୟାର୍ଥୀ ପରିଷଦ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲା ଏବଂ ଯାହା ଫଳରେ ପରୀକ୍ଷା ବାତିଲ ହୋଇ ଆଉ ଥରେ ଅନଲାଇନ୍ ମାଧ୍ୟମରେ ହୋଇଥିଲା। ଅନଲାଇନ୍ ରେ ହୋଇଥିବା ସମୟରେ ପ୍ରଶ୍ନ ପ୍ରଘଟ ହୋଇଥିଲା ଏବଂ ସେଥିରେ ବୋର୍ଡ କର୍ତ୍ତୃପକ୍ଷ ମଧ୍ୟ ମାନିଥିଲେ ଯେ, ପ୍ରଶ୍ନପତ୍ର ପ୍ରଘଟ ହୋଇଛି କିନ୍ତୁ ଦୁଃଖର ବିଷୟ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଖେଳିବା ପାଇଁ ଯେମିତି ବୋର୍ଡ କର୍ତ୍ତୃପକ୍ଷ ଠିକା ନେଇଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଘଟିବା ମଧ୍ୟ ପ୍ରଶ୍ନପତ୍ରରେ ବହୁ ଭୁଲ ପରିଲକ୍ଷିତ ହୋଇଥିଲା। ଏହା ପରୀକ୍ଷାର୍ଥୀ ମାନେ ଯେତେବେଳେ ପରୀକ୍ଷା ଦେଇ ସାରିଥିଲେ ତାହା ବୋର୍ଡ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଶଣ କରିଥିଲେ, କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏହା ଉପରେ କୈାଣସି ପଦକ୍ଷେପ ନେଇନଥିଲେ। ଏହାପରେ ଦୀର୍ଘ ଦୁଇ ମାସ ପରେ ପ୍ରଶ୍ନପତ୍ରର Answer Key ବୋର୍ଡ Website ରେ ଉପଲବ୍ଧ ହୋଇଥିଲା। ଏହି Answer Keyରେ ପ୍ରାୟ ଅଧିକାଶଂ ପ୍ରଶ୍ନ ଏବଂ ଏହାର ଉତ୍ତର ଭୂଲ ବୋଲି ପରିଲକ୍ଷିତ ହୋଇଛି। ଏହା ବିରୁଦ୍ଧରେ ବାରମ୍ବାର ପରୀକ୍ଷାର୍ଥି ମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ବେପାରୁଆ ଭାବେ ନିଜର ମନ୍ତବ୍ୟ ରଖୁଛନ୍ତି ଏବଂ ଏହା ବିରୁଦ୍ଧରେ କୈାଣସି ପଦକ୍ଷେପ ନେଉ ନାହାନ୍ତି। ବୋର୍ଡ କର୍ତ୍ତୃପକ୍ଷମଧ୍ୟ ପ୍ରତି ପ୍ରଶ୍ନକୁ ଚ୍ୟାଲେଂଚ କରିବା ପାଇଁ ୫୦୦ ଟଙ୍କା ଲେଖାଏଁ ନେଉଛନ୍ତି । ତେଣୁ ଏଠି ପ୍ରଶ୍ନ ଉଠୁଛି ୫୦୦ ଟଙ୍କା ନେଲାପରେ ମଧ୍ୟ ଏ ପ୍ରଶ୍ନର ଉତ୍ତର ଠିକ୍ ବୋଲି ବୋର୍ଡ କର୍ତ୍ତୃପକ୍ଷ କିପରି ଠିକ୍ କରିବେ, ଏହା ବିରୁଦ୍ଧରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କଟକ ବୋର୍ଡ ଅଫିସ ଘେରାଉ କରାଯାଇ ଥିଲା। ଶହ ଶହ ପରିକ୍ଷାର୍ଥୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଯେଉଁ କର୍ତ୍ତୃପକ୍ଷ ମାନେ ଏହି ଭୁଲ ଏବଂ ଅନିୟମିତତା ପାଇଁ ଦାୟୀ ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ଦାବୀ ରଖିଥିଲେ।

ବିଦ୍ୟାର୍ଥୀ ପରିଷଦର ଦୃଢ ଦାବୀ କାରଣରୁ ବୋର୍ଡ ସମ୍ପାଦକ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ୧୫ ଦିନରେ ଭିତରେ ସଠିକ Answer Key ପ୍ରକାଶ କରିବା ସହିତ ଭୁଲ ପ୍ରଶ୍ନରେ Grace Mark ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ନାୟକ, ସହ ସମ୍ପାଦିକା ସାଙ୍ଗୀତା ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, କଟକ ଜିଲ୍ଲା ସଂଯୋଜକ ଓମ୍ ପ୍ରକାଶ ପଣ୍ଡା, ସାଇ ପ୍ରିତମ ସେନାପତି ପ୍ରମୁଖ ନେତୃତ୍ୱ ନେଇଥିଲେ।

Comments are closed.