Odisha Link
Bridging the Missing Links in Odisha

‘ମୋ ସରକାର’ ଆଗରେ ଲୁଚିଗଲା ‘ଆପଣଙ୍କ ଅଧିକାର ହିଁ ଆମର କର୍ତ୍ତବ୍ୟ’ ସ୍ଲୋଗାନ୍

ଭୁବନେଶ୍ବର: ରାଜ୍ୟରେ ଏବେ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। ହେଲେ ଏହି ଚର୍ଚ୍ଚା ଭିତରେ ଲୁଚିଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ୨୦୧୨ ମସିହା ଅର୍ଥାତ୍‌ ୭ବର୍ଷ ତଳେ ଏହି ଆଇନ୍‌ ଆଣିଥିଲେ ରାଜ୍ୟ ସରକାର। ଏହି ଆଇନର ମୂଳ ଲକ୍ଷ୍ୟ ଥିଲା ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ କରିବା। ହେଲେ ଏହି ଆଇନରେ ଏବେ ଲୋକଙ୍କୁ ଆଉ ସେବା ମିଳୁନି। ସମୟ ଭିତରେ ସେବା ନ ଦେଲେ ଜରିମାନା ଓ ଦଣ୍ଡ ବିଧାନର ପ୍ରାବଧାନ ଥିଲେ ବି ଏହା କାର୍ଯ୍ୟକାରୀ ହେଉନି।

‘ଆପଣଙ୍କ ଅଧିକାର ହିଁ ଆମର କର୍ତ୍ତବ୍ୟ’ । ଏହି ସ୍ଲୋଗାନ ଦେଇ ଦୁର୍ନୀତି ହଟାଇବା ସହ ଲୋକଙ୍କ ହାତ ପାଆନ୍ତାରେ ସେବା ଦେବାକୁ ରାଜ୍ୟ ସରକାର ୭ ବର୍ଷ ତଳେ ଆରମ୍ଭ କରିଥିଲେ ଓଡ଼ିଶା ଲୋକସେବା ଅଧିକାର ଆଇନ। ସେବା ଦେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ବି ଧାର୍ଯ୍ୟ କରାଯାଇଥିଲା। ଏଥିରେ ଅଛି ଦୁଇ ଦିନରେ ଡ୍ରାଇଭିଂ ଲାଇସେନ୍ସର ସାର୍ଟିଫାଇଡେ କପି, ୫ ଦିନ ଭିତରେ ଗାଡ଼ି ପଞ୍ଜିକରଣ ସହ ଡ୍ରାଇଭିଂ ଲାଇସେନ୍ସ,୧୫ ଦିନରେ ଆବାସିକ ପ୍ରମାଣ ପତ୍ର, ୩୦ ଦିନରେ ଜାତିଗତ ପ୍ରମାଣପତ୍ର, ୯୦ ଦିନରେ ଜମିପଟ୍ଟା ପରି ୩୪୧ଟି ସେବା । ୨୫ ଟି ବିଭାଗ ଲୋକଙ୍କୁ ସେବା ଦେବାକୁ ନିର୍ଦିଷ୍ଟ ସମୟ ବି ଧାର୍ଯ୍ୟ ହୋଇଥିଲା। ଆଉ ସମୟ ଭିତରେ ସେବା ନ ଦେଲେ ଜରିମାନା ସହ ଦଣ୍ଡ ବିଧାନର ବ୍ୟବସ୍ଥା ବି ଥିଲା। ହେଲେ ନା ଆଇନ ପାଳନ ହେଉଛି ନା ସମୟ ଭିତରେ ସେବା ମିଳୁଛି ।

କେବଳ ଭୁବନେଶ୍ୱର ତହସିଲରେ ଫଇସଲା ପାଇଁ ପଡିରହିଛି ୬ ହଜାର ୭ ସହ ମ୍ୟୁଟେସନ ମାମଲା। ଅଧିକାରୀ ବି ମାନୁଛନ୍ତି ଭିତ୍ତିଭୂମି ଓ କର୍ମଚାରୀ ଅଭାବରୁ କାମ ଆଗେଇପାରୁନି। ୨୦୧୪ ପର୍ଯ୍ୟନ୍ତ ୧୩ ଲ୭ ୮୭ ହଜାର ଆବେଦନ ଆସିଥିବା ବେଳେ ଏଥିରୁ କେତେ ଫଇସଲା ହୋଇଛି ତାହା ବି ଜଣାପଡୁନି। ବଡ଼କଥା ହେଉଛି ସରକାର ଏଥିପାଇଁ ଖୋଲିଥିବା ଅଫିସରେ ଏବେ ତାଲା ପଡିଛି ।

Comments are closed.