Odisha Link
Bridging the Missing Links in Odisha

ଶେଷ ହେଲା ଅଯୋଧ୍ୟା ଶୁଣାଣି, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୀର୍ଘ ୪୦ଦିନର ଲମ୍ବା ଶୁଣାଣିର ପ୍ରକ୍ରିୟା ପରେ ଶେଷ ହେଲା ଅଯୋଧ୍ୟା ଜମି ବିବାଦ ମାମଲା। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳୁଥିବା ଖବର ମୁତାବିକ ନଭେମ୍ବର ୧୭ ବା ତା ପୂର୍ବରୁ ରାୟ ପ୍ରକାଶ ପାଇବାର ସମ୍ଭାବନା। ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅବସର ଗ୍ରହଣ ପୂର୍ବରୁ ପ୍ରକାଶ ପାଇପାରେ ରାୟ।

ଶୁଣାଣି ଶେଷ ପୂର୍ବରୁ ଉଭୟ ପକ୍ଷର ଓକିଲଙ୍କ ଚୂଡ଼ାନ୍ତ ଯୁକ୍ତିକୁ ୪୫ମିନିଟ ଲେଖାଏଁ ଶୁଣିବା ପରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ ଏ ବବ୍‌ଦେ, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ଏ ନଜିରଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରିବା ସହ ଏହି ମାମଲାର ରାୟ ସଂରକ୍ଷିତ ରହିଲା ବୋଲି କହିଥିଲେ।

୧୯୪୯ ମସିହାରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଜମି ମାମଲା ଅଦାଲତକୁ ଆସିଥିଲା । ଦୀର୍ଘ ୭୦ବର୍ଷ ପରେ ଆଜି ସୁପ୍ରିମକୋର୍ଟ ଏହାର ଅନ୍ତିମ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ଅଗଷ୍ଟ ୬ତାରିଖରୁ ଅଯୋଧ୍ୟା ମାମଲାର ଅନ୍ତିମ ଶୁଣାଣି ଆରମ୍ଭ ହୋଇଥିଲା।

Comments are closed.