Odisha Link
Bridging the Missing Links in Odisha

ବିଜେପୁର ପ୍ରଚାର ମଇଦାନରେ ନବୀନ-ଧର୍ମେନ୍ଦ୍ର ଟକ୍କର ଆଜି

ବରଗଡ଼: ଆସନ୍ତାକାଲି ସରିବ ବିଜେପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ। ଏଥିପାଇଁ ତିନି ପ୍ରମୁଖଦଳ ଚଲାଇଛନ୍ତି ଜୋରଦାର ପ୍ରଚାର। ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପାଇଁ ପ୍ରଚାର କାର୍ଯ୍ୟ କରିଥିଲେ। ଆଜି ମଧ୍ୟ ନବୀନ ପ୍ରଚାର କରିବେ। ସେହିଭଳି ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାମାନେ ବିଜେପୁର ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋଲା ଟକ୍କର ଦେଖିବାକୁ ମିଳିବ। ଅବଶ୍ୟ ଦୁହେଁ ଅଲଗା ଅଲଗା ବ୍ଲକରେ ରୋଡ୍‌-ସୋ କରିବେ। କିନ୍ତୁ ପରସ୍ପର ବିରୋଧରେ ଦୁହେଁ କିଭଳି ଆଭିମୁଖ୍ୟ ରଖିବେ, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍‌ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇବେ। ସେଠାରୁ କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍‌, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍‌-ସୋ କରିବେ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳୁ ବିଜେପୁର ଏନ୍‌ଏସି, ବରପାଲି ବ୍ଲକ୍‌ର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍‌ଏସି ଅଂଚଳରେ ରୋଡ୍‌ ସୋ କରିବେ।

Comments are closed.